ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌

ସଜନାଗଡ଼,୧୭।୬(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିିର ବରହମ୍‌ପୁର ଥାନା ଅଧୀନ ୧୯ନଂ. ରାଜ୍ୟ ରାଜପଥ ତେଲିପାଳ ପେଟ୍ରୋଲ ଟାଙ୍କିଠାରୁ ଅଳ୍ପ ଦୂରରେ ଶେରଗଡ଼ରୁ ଉଦଳା ଆଡ଼କୁ ଯାଉଥିବା ଦୁଇଟି ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି। ଆଗରେ ଚାଲିଥିବା ଗ୍ୟାସ୍‌ ବୋଝେଇ ଟ୍ରକ୍‌ ବ୍ରେକ୍‌ ମାରିବାରୁ ପଛରେ ଥିବା ପାଉଁଶ ବୋଝେଇ ଟ୍ରକ୍‌ ପିଟି ହୋଇଯାଇଥିଲା। ପାଉଁଶ ବୋଝେଇ ଟ୍ରକ୍‌ (ନଂ. ଓଆର୍‌-୦୧ଆର୍‌-୩୮୩୭)ଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଏହାର ଚାଳକ ଚିନ୍ମୟ ଦାସ ଆହତ ହୋଇ ନୀଳଗିରି ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।