ଟ୍ରକ୍‌କୁ ପିଟିଲା ଟ୍ରକ: ଜଣେ ମୃତ, ୨ ଆହତ

ସୋର, ୨୩।୪(ଡି.ଏନ.ଏ.)-ସୋର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ତଳନଗର ଠାରେ ଏକ ଟ୍ରକରେ ମାଲବୋଝେଇ ସମୟରେ ଅନ୍ୟ ଏକ ଟ୍ରକ ଧକ୍କା ଦେଇଛି। ଘଟଣାସ୍ଥଳରେ ତପନ ବେହେରା ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ତେବେ ସୋର ପୋଲିସ ପହଞ୍ଚି ୨ଟି ଟ୍ରକ ଜବତ କରିଛି।