Advertisement

ଟ୍ରକ୍‌କୁ ପିଟିଲା ବସ୍‌, ୨୦ରୁ ଊର୍ଦ୍ଧ୍ୱ ଆହତ

ଦେବଗଡ଼,୧୦।୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା ବାରକୋଟ ଥାନା ଖୁଲୁଣ୍ଡିପାଣି ଗ୍ରାମ ନିକଟ ୨୩ନଂ ଜାତୀୟ ରାଜପଥରେ ଶୁକ୍ରବାର ବସ୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ବଣାଇ ଓ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରୁ କେତେକ ଗୁରୁତରଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସାରଳା ନାମକ ଏକ ବସ୍‌ ରାଉରକେଲାରୁ ଅନୁଗୋଳ ଯାଉଥିବା ବେଳେ ଉକ୍ତ ସ୍ଥାନରେ ଏକ ମାଲବାହୀ ଟ୍ରକ୍‌କୁ ସମ୍ମୁଖରୁ ଧକ୍କା ଦେଇଥିଲା। ଫଳରେ ବସ୍‌ର ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେହିପରି ଟ୍ରକ୍‌ର ଚାଳକ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share