ହାଇଦ୍ରାବାଦ,୫ା୮(ଆଇଏଏନ୍ଏସ୍): ତେଲେଙ୍ଗାନାର ମହାବୁବ୍ନଗର ଜିଲାରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣ ଶ୍ରମିକ ପ୍ରାଣ ହରାଇଥିବାବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଶ୍ରମିକମାନେ କାମ ସାରି ଅଟୋରିକ୍ସାରେ ଫେରୁଥିବାବେଳେ କୋଠାପାଲେ ଗ୍ରାମ ନିକଟରେ ବିପରୀତ ପାର୍ଶ୍ୱରୁ ଆସୁଥିବା ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଅଟୋରିକ୍ସା ସମ୍ପୂର୍ଣ୍ଣ ଚୂର୍ମାର ହୋଇଯିବା ସହ ଘଟଣାସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶ କିଛି ଦୂର ପର୍ଯ୍ୟନ୍ତ ଛିଟିକି ପଡିଥିଲା। ଆହତମାନଙ୍କୁ ମହାବୁବ୍ନଗର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।