ଟ୍ରକ୍‌ ଓନର୍ସ ଆସୋସିଏଶନର ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ: କାର୍ଯ୍ୟାଳୟରେ ଉତ୍ତେଜନା

ବଡ଼ବିଲ,୧୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ମାଇନିଂ ଏରିଆ ଟ୍ରକ ଓନର୍ସ ଆସୋସିଏଶନର ୨ ଗୋଷ୍ଠୀ ବୁଧବାର କୌଣସି କାରଣକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଏ ନେଇ ଆସୋସିଏଶନ କାର୍ଯ୍ୟାଳୟ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି । ଖବରପାଇ କାର୍ଯ୍ୟାଳୟ ପରିସରରେ ପୋଲିସ ପହଞ୍ଚି ବୁଝାଶୁଝା ଜାରି ରଖି ଥିବା ବେଳେ ଉଭୟ ଗୋଷ୍ଠୀର ୪ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।