ଟ୍ରକ୍‌ କରିଡର ଏବେ ମରଣଯନ୍ତା :ହାତ ଟେକିଦେଇଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ

ପାରାଦୀପ,୨୧।୧୦(ଡି.ଏନ୍‌.ଏ.): ପାରାଦୀପର ଅଠରବାଙ୍କିଠାରୁ ଦୋଛକି ପର୍ଯ୍ୟନ୍ତ ୪ କି.ମି. ଟ୍ରକ୍‌ କରିଡର (ଟ୍ରକ୍‌ ଚଳାଚଳ କରୁଥିବା ରାସ୍ତା) ଏବେ ମରଣଯନ୍ତା ପାଲଟିଛି। ରାସ୍ତାଟି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଏହାର ମରାମତିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଉକ୍ତ ରାସ୍ତାରେ ପ୍ରାୟତଃ କେବଳ ଟ୍ରକ୍‌ ଚଳାଚଳ କରିଥାଏ। ରାସ୍ତାରେ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ପ୍ରତ୍ୟେହ ୧୦ରୁ ଅଧିକ ଟ୍ରକ୍‌ର ଚେସିସ୍‌ ପତି ଭାଙ୍ଗୁଛି। ତେଣୁ ଉକ୍ତ ରାସ୍ତା ମରାମତି କରିବା ପାଇଁ ପାରାଦୀପର ସମସ୍ତ ୭ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ଏକାଧିକବାର ୫ନଂ(କ) ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରାଗଲାଣି। ମାତ୍ର ଏହାର କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ଉକ୍ତ ରାସ୍ତାର ଇତିହାସ ଓ ମାଲିକାନା ଏତେ ଦ୍ୱନ୍ଦ୍ୱାତ୍ମକ ଯେ ତାହା କିଏ ମରାମତି କରିବ ତାହା ନିର୍ଣ୍ଣୟ କରିହେନି। ଅପରପକ୍ଷେ ରାସ୍ତା ଦୂରାବସ୍ଥାକୁ ନେଇ ଟ୍ରକ୍‌ ଚାଳକ ଓ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। କୌଣସି ଦିନ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଟ୍ରକ ମାଲିକମାନେ ରାଜପଥରେ ଗାଡ଼ି ରଖି ଆନ୍ଦୋଳନ କରିପାରନ୍ତି ବୋଲି କୁହନ୍ତି ଜଗନ୍ନାଥ ଟ୍ରକ୍‌ ମାଲିକ ସଂଘର ଉପସଭାପତି ପ୍ରକାଶ ଜେନା। ସୂଚନାଯୋଗ୍ୟ ଯେ, ଅଠରବାଙ୍କିଠାରୁ ଦୋଛକି ପର୍ଯ୍ୟନ୍ତ ୫ ନଂ(କ) ଜାତୀୟ ରାଜପଥର ୪ଲେନ୍‌ ରାସ୍ତା ବ୍ୟତିରେକ ଆଉ ଏକ ଲେନ୍‌ ବା ଟ୍ରକ୍‌ କରିଡର ରାସ୍ତା ରାଜପଥ କର୍ତ୍ତୃପକ୍ଷ ଓ ପରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ବୁଝାମଣା ଭିତରେ ନିର୍ମାଣ ହୋଇଥିଲା। ଉକ୍ତ ରାସ୍ତା ପାଇଁ ସେତେବେଳେ ପାରାଦୀପ ବନ୍ଦର ଅର୍ଥ ଦେଇଥିଲା। ରାଜପଥ କର୍ତ୍ତୃପକ୍ଷ ରାସ୍ତା ତିଆରି କରିଥିଲେ। ଉକ୍ତ ରାସ୍ତା ହେବା ପରେ ସେଥିରେ କେବଳ ଚଣ୍ଡିଖୋଲ ପଟୁ ଆସୁଥିବା ଲୁହାପଥର ଟ୍ରକ୍‌ ଲାଇନ୍‌ରେ ବନ୍ଦର ଭିତରକୁ ପ୍ରବେଶ କରୁଛି। କହିବାକୁ ଗଲେ ଉକ୍ତ ଟ୍ରକ୍‌ କରିଡର କେବଳ ପ୍ରବେଶ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାନ ବେଳେ ୪ଲେନ୍‌ ରାସ୍ତାରେ ଟ୍ରକ୍‌ ଯାଇଥାଏ। ରାସ୍ତା ନିର୍ମାଣ ବେଳେ ମରାମତି ପ୍ରସଙ୍ଗକୁ ଦୁଇ କର୍ତ୍ତୃପକ୍ଷ ଧ୍ୟାନ ଦେଇ ନ ଥିଲେ। ଏବେ ସେହି ରାସ୍ତା ମରାମତି ଅଭାବରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ମରାମତି ପାଇଁ ୫୦ ଲକ୍ଷରୁ ୧ କୋଟି ଟଙ୍କା ଲାଗିପାରେ ବୋଲି ଜନୈକ ଯନ୍ତ୍ରୀ କହିଛନ୍ତି। ଏବେ ସେହି ପ୍ରସଙ୍ଗ ଉଠିବାରୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ କହୁଛନ୍ତି ଯେ ଉକ୍ତ ରାସ୍ତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ମରାମତି କରିବେ। କାରଣ ତାହା ତାଙ୍କ ରାସ୍ତା। ରାଜପଥ କର୍ତ୍ତୃପକ୍ଷ କହୁଛନ୍ତି ଯେ, ୪ ଲେନ ବିଶିଷ୍ଟ ରାସ୍ତା ତାଙ୍କ ଅଧୀନରେ ରହିଛି। କରିଡ଼ର ରାସ୍ତା ପାଇଁ ତାଙ୍କର ସେଭଳି କିଛି ବଜେଟ ନାହିଁ। ଏମିତି ସ୍ଥିତିରେ ଟ୍ରକ୍‌ ମାଲିକମାନେ ଏପାଖ ସେପାଖ ହେଉଛନ୍ତି। ଆନ୍ଦୋଳନ ଧମକ ପରେ ପାରାଦୀପ ଏଏସ୍‌ପି ଶନିବାର ଦୁଇ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛନ୍ତି। ଏଏସ୍‌ପି ବିଷ୍ଣୁଚରଣ ମିଶ୍ରଙ୍କ କହିବାନୁସାରେ ବନ୍ଦର କର୍ତ୍ତୃପକ୍ଷ କିଛି ମାତ୍ରାରେ ରାଜି ହୋଇଛନ୍ତି। ଏ ନେଇ ତାଙ୍କୁ ବିଧିବଦ୍ଧ ଭାବେ ଲିଖିତ ଭାବେ ଜଣାଇଲେ ସେ ବିଚାର କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ କଲ୍‌ କରି ଡାକ୍ତରଖାନା ଫ୍ୟାନ୍‌ରେ ଝୁଲିପଡ଼ିଲେ କର୍ମଚାରୀ, ଖିଅ ଖୋଜୁଛି ପୋଲିସ

ଦେବଗଡ଼,୨୫ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଟାପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଜଣେ ଯୁବକ ସ୍ବାସ୍ଥ୍ୟକେନ୍ଦ୍ରର ଏକ କଠୋରି ଭିତରେ ଲାଗିଥିବା ପଙ୍ଖାରେ...

ପରଲୋକରେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀ

ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ବୁଧବାର ସକାଳ ୮ଟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ...

ଗଛରେ ପିଟିହେଲା ପିକ୍‌ଅପ୍‌: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲପର ଗୁରୁତର

ପାଟଣା,୨୫ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର କେନ୍ଦେଇପଶି ରାସ୍ତାର ଡେଣୁଆଁ ନିକଟରେ ଏକ ପିକଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା...

ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି

ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): ରାଜ୍ୟ ସଭାରେ ବାବା ସାହେବ ଡ଼. ଆମ୍ବେଡ଼କରଙ୍କ ପ୍ରତି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦୃଢ଼...

ଦାଉ ସାଧୁଛି ଅଦିନିଆ ବର୍ଷା: ଖୋଲା ଆକାଶ ତଳେ ଭିଜୁଛି ଧାନ

ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ଗତ ୨ଦିନ ହେଲା କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା...

ଚାଲିଛି ବାଘ-ଛେଳି ଖେଳ

ବାରିପଦା,୨୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ପଶ୍ଚିମବଙ୍ଗର ପୁରୁଲିଆ ଜିଲା ରାଇକିଆ ପାହାଡ଼ ସଂଲଗ୍ନ କ୍ୱିଲାପାଳ ଜଙ୍ଗଲରେ ବୁଲୁଥିବା ମହାବଳ ବାଘୁଣୀ ଜିନ୍ନତକୁ ଧରିବା ପାଇଁ ବନ ବିଭାଗ...

ମାର୍ଚ୍ଚ ସୁଦ୍ଧା ସବୁ ଥାନାରେ ସିସିଟିଭି କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

କଟକ,୨୫ା୧୨ (କାର୍ତ୍ତିକ ସାହୁ): ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ସିସିଟିଭି ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଇବାକୁ ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ...

୬ ବର୍ଷର ଝିଅକୁ ଝୁଣି ମାରିଦେଲେ କୁକୁର

ବୋରିଗୁମ୍ମା, ୨୪।୧୨(ବିଜୟ ସାହୁ): କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଧୀନ ପୁପୁଗାଁରେ ଏକ ୬ବର୍ଷର ଶିଶୁକନ୍ୟାଙ୍କୁ ବୁଲା କୁକୁରମାନେ କାମୁଡ଼ିକାମୁଡ଼ି ମାରିଦେଇଥିବା ଜଣାପଡ଼ିଛି। ମୃତକ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri