ଟ୍ରକ୍‌-କାର ମୁହାଁମୁହିଁ: ୫ ଗୁରୁତର

ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ,୧୩।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଗ୍ନିଶମ କେନ୍ଦ୍ର ସମ୍ମୁଖରେ ରବିବାର ସକାଳେ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। କଲିକତାର କିଛି ଲୋକ ଜଗନ୍ନାଥଙ୍କୁ ଦର୍ଶନ କରି ପୁରୀରୁ ଫେରୁଥିବା ବେଳେ ଏକ ଆଳୁ ବୋଝେଇ ଟ୍ରକ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।