ଖୋର୍ଦ୍ଧା ଅଫିସ,୬।୯: ବିନା ହେଲ୍ମେଟ୍ରେ ଟ୍ରକ୍ ଚଳାଉଥିବାରୁ ଖୋର୍ଦ୍ଧାରେ ଜଣେ ଡ୍ରାଇଭରଙ୍କ ଉପରେ ଜରିମାନା ହୋଇଛି। ଡ୍ରାଇଭର ଜଣକ ପଶ୍ଚିମବଙ୍ଗରୁ ଟ୍ରକ୍ରେ ଟମାଟୋ ଧରି ଆସିଥିଲେ। ୯ ନିୟମ ଉଲ୍ଲଂଘନ ବାବଦକୁ ମୋଟ ୩୫ ହଜାର ୫୦୦ ଟଙ୍କା ଜରିମାନା କରାଯାଇଛି। ୮ ନମ୍ବର ଜରିମାନାରେ ବିନା ହେଲ୍ମେଟ୍ରେ ଗାଡି ଚଳାଉଥିବା ଉଲ୍ଲେଖ ରହିଛି। ପ୍ରଶ୍ନ ଉଠୁଛି ଟ୍ରକ୍ ଡ୍ରାଇଭରଙ୍କୁ ହେଲମେଟ ପାଇଁ ଜରିମାନା ଆଦାୟ କରିବାକୁ କିଏ ଅନୁମତି ଦେଇଛି। ଏନେଇ ଆର୍ଟିଓ ପ୍ରଦୀପ୍ତ କୁମାର ମହାନ୍ତି କୁହନ୍ତି, ଟ୍ରକ୍ ଡ୍ରାଇଭରଙ୍କୁ ହେଲମେଟ୍ ପାଇଁ ଜରିମାନା ସଂକ୍ରାନ୍ତ ଚାଲାଣର ଯାଞ୍ଚ କରାଯାଉଛି। ଏହା ଅସଲି କି ନକଲି ଜଣାପଡିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।