ପାତ୍ରପୁର,୨୭ା୨(ଡି.ଏନ୍.ଏ.)- ଜାତୀୟ ରାଜପଥ ନଂ.୧୬ ଆନ୍ଧ୍ରପ୍ରଦେଶ ଭେସି ଓ କୁଲାମ ମଧ୍ୟସ୍ଥଳରେ ଗୁରୁବାର ଏକ ମର୍ମତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ୍ ତଳେ ମୋପେଡ ପଶିଯିବାରୁ ନାତି ବ୍ରତୋପନୟନକୁ ଯାଉଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ପାତ୍ରପୁର ବ୍ଲକ ଗୁଣ୍ଡ୍ରା ଗ୍ରାମର ଭଗବାନ ଚୈନି(୫୮) ଓ ତାଙ୍କ ସ୍ତ୍ରୀ ଭାରତୀ (୫୦)। ବାରୁଆ ପୋଲିସ ନଂ.୩୦/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି।