ଟ୍ରକ୍‌ ଧକ୍କାରେ ଜଣେ ମୃତ, କ୍ଷତି ପୂରଣ ଦାବିରେ ଆନ୍ଦୋଳନ

କଣିହାଁ,୩।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଲି ଗ୍ରାମର କୁଳୁମା କୁଆଁରୀ ରାସ୍ତାରେ ମଙ୍ଗଳବାର ପୂର୍ବାହ୍ନରେ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ଗଣେଶ୍ୱର ସାମଲ। ଘଟଣାସ୍ଥଳରେ ଗଣେଶ୍ୱରଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଆନ୍ଦୋଳନ ଚଳାଇଛନ୍ତି। ରେଙ୍ଗାଲି ଡ୍ୟାମ ସାଇଟ୍‌ ଥାନା ଆଇଆଇସି ସରୋଜକାନ୍ତ ସାମଲ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା ଚଳାଇଥିବା ଜଣାପଡ଼ିଛି।

Share