ଟ୍ରକ୍‌ ଧକ୍କାରେ ପରିବାରର ୩ ଜଣଙ୍କ ଜୀବନ ଗଲା : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ବେଲପାହାଡ଼,୨୯।୫(ଡ଼ି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ଗୌଡପଡା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ବୁଧବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏଥରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକମାନେ ହେଲେ କୁଡାଲୋ ଗାଁର ବିଶିକେଶନ କାଲୋ, ସ୍ତ୍ରୀ ତପସ୍ବିନୀ ଓ ପୁଅ ସତ୍ୟନାରାୟଣ ।
ସୂଚନାଯୋଗ୍ୟ, ବିଶିକେଶନ ସ୍ତ୍ରୀ ଓ ପୁଅଙ୍କୁ ନେଇ ଏକ ବାଇକ୍‌ ଯୋଗେ ତାଙ୍କ ଗାଁ ଅଭିମୁଖେ ଯାଉଥିଲେ। ଏହି ସମୟରେ ଏକ ଅଜଣା ଟ୍ରକ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ କୁଡାଲୋ ଗ୍ରାମବାସୀ କ୍ଷତିପୂରଣ ଦାବିକରି ରାସ୍ତା ଅବରୋଧ କରିଛନ୍ତି।

Share