Advertisement

ଟ୍ରକ୍‌ ଧକ୍କାରେ ବାଇକ୍‌ଆରୋହୀଙ୍କ ଜୀବନ ଗଲା

ଢେଙ୍କିକୋଟ,୨୯।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ଲଙ୍ଗଳକଣ୍ଟି ପେଟ୍ରୋଲ ପମ୍ପ ନିକଟରେ ବୁଧବାର ରାତିରେ ଏକ ଟ୍ରକ୍‌ ଜଣେ ବାଇକଆରୋହୀଙ୍କୁ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ବାଇକ୍‌ଆରୋହୀ ଜଣକ ହେଲେ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବଡ଼ ମସିଣାବିଲାର ଖଗେଶ୍ୱର ଦଳେଇ(୨୦)। ଖଗେଶ୍ୱର ଢେଙ୍କିକୋଟ ବଜାରରୁ ବାଇକ୍‌ ନଂ ଓଡି ୦୯ ଇ ୨୦୪୫ ଯୋଗେ ଘରକୁ ଫେରୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ାଙ୍କୁ ଖବର ଦେବାରୁ ସେ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଖଗେଶ୍ୱରଙ୍କୁ ଘଟଗାଁ ଡାକ୍ତରଖାନାକୁ ପଠାଇଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଗାଁ ପୋଲିସ ପାଟଣା ଡାକ୍ତରଖାନାକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share