ଟ୍ରକ୍‌ ଧକ୍କାରେ ଯୁବକ ମୃତ ଘଟଣା: କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକୋ

ପାଟଣାଗଡ଼,୨୫।୧(ଡି.ଏନ୍‌.ଏ.):ବଲାଙ୍ଗୀର ଜିଲା ପାଟଣାଗଡ଼ ଡାକ୍ତରଖାନା ସମ୍ମୁଖରେ ଶୁକ୍ରବାର ରାତିରେ ଏକ ଟ୍ରକ୍‌ ଧକ୍କାରେ ରହେନମାଲ ଗ୍ରାମର ଯୁବକ ବେଣୁଧର କୁଅଁରଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ଶନିବାର ସକାଳୁ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। କ୍ଷତିପୂରଣ ଦାବିରେ ବେଣୁଧରଙ୍କ ପରିବାର ଏବଂ ପାଟଣାଗଡ଼ ଆଦିବାସୀ ସଂଘର କର୍ମକର୍ତ୍ତା ସ୍ଥାନୀୟ କଚେରି ଛକଠାରେ ମୃତଦେହ ରଖି ରାସ୍ତାରୋକୋ କରିଛନ୍ତି। ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା, ପରିବାରର ଜଣଙ୍କୁ ଚାକିରି, ପାଟଣାଗଡ଼ ସହର ମଧ୍ୟରେ ଭାରିଯାନ ଚଳାଚଳ ନିଷିଦ୍ଧ ବାଏପାସ୍‌ ରାସ୍ତା ନିର୍ମାଣ ଆଦି ଦାବି ରହିଛି। ରାସ୍ତାରୋକୋ ଲାଗି କଣ୍ଟାବାଞ୍ଜି -ବଲାଙ୍ଗୀରକୁ ଯାତାୟାତ ବାଧାପ୍ରପ୍ତ ହୋଇଛି।

Share