ଟ୍ରକ୍‌ ଧକ୍କାରେ ରେଳ ଫାଟକ ଭାଙ୍ଗିଲା: ଅଟକିରହିଲା ଗାଡିମୋଟର

ନିରାକାରପୁର,୨୩ା୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅଧୀନରେ ଥିବା ନିରାକାରପୁର ଲେଭଲ କ୍ରସିଂ ଫାଟକ ଏକ ଟ୍ରକ୍‌ ଧକ୍କାରେ ଭାଙ୍ଗିଯାଇଛି। ଶୁକ୍ରବାର ସନ୍ଧ୍ୟାରେ ରାମେଶ୍ୱରରୁ ନିରାକାରପୁର ଆସୁଥିବା ଟ୍ରକ୍‌ ଭାରସାମ୍ୟ ହରାଇ ଧକ୍କା ଦେବାରୁ ଏଭଳି ଘଟଣା ଘଟିଥିଲା। ଏଥିଯୋଗୁ ନୂଆ ଜଗନ୍ନାଥ ସଡକର ଉଭୟ ପାର୍ଶ୍ୱରେ ଶତାଧିକ ଗାଡିମୋଟର ଅଟକିରହିଥିଲା। ଖବର ପାଇ ଖୋର୍ଦ୍ଧା ରୋଡରୁ କର୍ମଚାରୀ ପହଞ୍ଚତ୍ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ଏ ନେଇ ଡ୍ୟୁଟିରେ ଥିବା ରେଳବାଇ ସୁରକ୍ଷା ବଳର ବୈଦ୍ୟନାଥ କୁହନ୍ତି, ଏହାର ତଦନ୍ତ କରାଯାଇ ଯାହା ପଦକ୍ଷପ ନିଆଯିବ।

Share