ଟ୍ରକ୍‌ ପଛକୁ ପିଟିଲା ଟ୍ରକ୍‌, ଜଣେ ଡ୍ରାଇଭର ଗୁରୁତର

କୋରେଇ,୨ା୯(ସ୍ବ.ପ୍ର.): ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଥାନା ଅନ୍ତର୍ଗତ ମହିନ୍ଦ୍ରା ଶୋରୁମ ସମ୍ମୁଖରେ ରବିବାର ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଟ୍ରକ୍‌ ପଛରେ ଟ୍ରକ୍‌ ପିଟି ହୋଇଛି। ଏଥିରେ ଜଣେ ଚାଳକ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳେ ପୋଲିସ ଓ କୁଆଖିଆ ଦମକଳ ବାହିନୀ ପହଞ୍ଚତ୍ ଡ୍ରାଇଭରଙ୍କୁ ଉଦ୍ଧାର କରି ଯାଜପୁର ଚିକିତ୍ସାଳୟରେ ଭର୍ତ୍ତି କରିଛି। ପୁଲିସ ଟ୍ରକ ଓ ସାଇକେଲଟିକୁ ଜବତ କରିଛି। ଗୁରୁତର ଗାଡି ଚାଳକଙ୍କ ପରିଜୟ ମିଳିପାରି ନ ଥିବା ଜଣାପଡିଛି।ପ୍ରକାଶ ଯେ, ୧୬ ନମ୍ବର ଜାତୀୟ ରାଜପଥରେ (ଓଡି-୦୪-ଏଚ-୬୨୬୨) ଟ୍ରକ୍‌ ଯାଉଥିବା ବେଳେ ହଠାତ ଏକ ସାଇକେଲ ଆରେହୀ ଗାଡି ସମ୍ମୁଖକୁ ଆସି ଯାଇଥିଲେ। ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଟ୍ରକ୍‌ ଡ୍ରାଇଭର ଗାଡିଟିକୁ ଡାହାଣକୁ କାଟି ଦେବାରୁ ଅନ୍ୟ ଏକ ଟ୍ରକ୍‌ ପଛରେ ପିଟିହୋଇଥିଲା। ଫଳରେ ସାଇକେଲ ଆରୋହୀରଙ୍କ କୌଣସି କ୍ଷତି ହୋଇ ନ ଥିବାବେଳେ ସାଇକେଲଟି ଚକା ତଳେ ପଡିଯାଇଥିଲା। କିନ୍ତୁ ଟ୍ରକ୍‌ ଡ୍ରାଇଭର ଗୁରୁତର ହୋଇଥିଲେ।