ଟ୍ରକ୍‌ ପଛରୁ ଧକ୍କାଦେଲା ଟ୍ରକ୍‌: ଡ୍ରାଇଭର ମୃତ

କେନ୍ଦୁଝର,୧୭।୨(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଶିରିଷପାଳ ୨୦ନଂ. ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛରୁ ଅନ୍ୟ ଏକ ଟ୍ରକ୍‌ ଧକ୍କା ଦେବାରୁ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଗଞ୍ଜାମ ଜିଲା ଭଞ୍ଜନଗର ଆଲିଆସାହି ବେଲାଗୁଣ୍ଠର ବୁଲୁ ଜେନା(୪୧)।
ସୂଚନାଯୋଗ୍ୟ, ଚଉଦଚକିଆ (ଓଡିଜି-୯ଜି-୫୪୨୯) ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳେ ପଛରୁ ଅନ୍ୟ ଏକ ଚଉଦଚକିଆ (ଓଡିଜି-୭ଇ-୮୮୨୭) ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଚାପି ହୋଇ ବୁଲୁଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଟାଉନ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ କାଟି ବୁଲୁଙ୍କୁ ଉଦ୍ଧାର କରିଛି।