ଟ୍ରକ୍‌ ପଛରୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର

ବଲାଙ୍ଗୀର ଅଫିସ/ ପୁଇଁତଲା,୯।୨(ଡି.ଏନ୍‌.ଏ.): ବଲାଙ୍ଗୀର-ସୋନପୁର ୫୭ ନଂ. ଜାତୀୟ ରାଜପଥର ବନବାହାଲ ନିକଟରେ ରବିବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡା ହୋଇଥିବା ଟ୍ରକ୍‌ ପଛରୁ ବୋଲେରୋ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ହୋଇଛନ୍ତି। ମୃତକ ଦ୍ୱୟ ହେଲେ ତେଜ ବାରିକ, ଶକୁନ୍ତଳା ସାହୁ। ତେବେ ଗୁରୁତରଙ୍କୁ ଚିକିତ୍ସାଲାଗି ବଲାଙ୍ଗୀର ତରଭା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ଅନ୍ୟଜଣେ ଗୁରୁତର ପବିତ୍ର ସାହୁଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକଙ୍କ ଘର ବଲାଙ୍ଗୀର ଜିଲା ପାଟଣାଗଡ଼ ଘୁମେର ଗାଁରେ ବୋଲି ଜଣାପଡ଼ିଛି। ବୋଲେରୋଟି ୧୦ ଦାଦନ ଶ୍ରମିକଙ୍କୁ ଧରି ଇଟାଗଡ଼ି ଯାଉଥିବା ସମୟରେ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Share