ଟ୍ରକ୍‌ ମୁହଁାମୁହଁି ଧକ୍କା, ଜଣେ ଡ୍ରାଇଭର ଗୁରୁତର

ଧର୍ମଶାଳା,୨୭।୮(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ମାଣ୍ଡିଆ ଛକ ନିକଟରେ ମଙ୍ଗଳବାର ୨ ଟ୍ରକ୍‌ ମୁହଁାମୁହଁି ଧକ୍କା ହୋଇଛି। ଏଥିରେ ଗୋଟିଏ ଟ୍ରକ୍‌ ଡ୍ରାଇଭର ଗୁରୁତର ହୋଇଛନ୍ତି। ଡ୍ରାଇଭର ଜଣଙ୍କ କଟକ ଜିଲା ନରସିଂହପୁର ଗ୍ରାମର ବିକିନ ସାହୁ। ଚଣ୍ଡିଖୋଲ ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ବଡ଼ଚଣା ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଧର୍ମଶାଳା ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ୨ଟିକୁ ଜବତ କରିଥିବା ଜଣାପଡିଛି। ପ୍ରକାଶ ଯେ, ପୂର୍ବାହ୍ନ ସାଢେ ୧୧ଟା ସମୟରେ (ଓଡି୦୫ଏଏଫ-୯୬୨୫) ନମ୍ବର ଟ୍ରକ ସହିତ ବିପରୀତ ଦିଗରୁ ଆସୁଥିବା (ଓଆର୧୬ସି-୭୭୪୮) ନମ୍ବର ଟ୍ରକ୍‌ ମୁହଁାମୁହଁି ଧକ୍କା ହୋଇଥିଲା।