ଟ୍ରକ ଡ୍ରାଇଭରଙ୍କୁ ଲହୁଲୁହାଣ କରି ପୋଲିସ କର୍ମଚାରୀ ନିଲମ୍ବିତ

ରାଜନଗର,୩ା୫(ଡି.ଏନ୍‌.ଏ.) : ଭଦ୍ରକର ଏକ ରାଇସ୍‌ମିଲକୁ ଧାନ ବୋଝେଇ କରି ଯାଉଥିବା ଟ୍ରକ ଡ୍ରାଇଭର ସାଣ୍ଟୁ ଜେନାଙ୍କୁ ପୋଲିସ ଅମାନୁଷିକ ଭାବରେ ମାଡ଼ ମାରି ଲହୁଲୁହାଣ କରି ଶେଷରେ ଚାକିରିରୁ ନିଲମ୍ବିତ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଟ୍ରକ୍‌ ଡ୍ରାଇଭର ସାଣ୍ଟୁ ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳରୁ ଧାନ ସଂଗ୍ରହ କରି ଭଦ୍ରକ ଅଭିମୁଖେ ଯିବା ସମୟରେ ତାଳଚୁଆ ସାମୁଦ୍ରିକ ଥାନା କନଷ୍ଟେବଳ ଅରୁଣ ସାହୁ ତାଙ୍କୁ ରାଜନଗର-ତାଳଚୁଆ ରାସ୍ତାର ଖୋଳା ସେତୁ ନିକଟରେ ଅଟକାଇ ଏହି ଧାନ କେଉଁଠିକୁ ନେଉଛ ବୋଲି କହିବା ସହିତ ମାଡ଼ ମାରିଥିଲେ। ଏଥିରେ ସାଣ୍ଟୁ ଗୁରୁତର ହୋଇ ଏବେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ପୋଲିସର ଅନ୍ୟାୟ ମାଡ଼ ପ୍ରତିବାଦରେ ତାଳଚୁଆ ଜୟଦୁର୍ଗା ଟ୍ରକ ସଂଘ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲା। ଘଟଣାର ତଦନ୍ତ କରି ଏସ୍‌ପି ନିତିଶେଖର କନଷ୍ଟେବଳ ଅରୁଣ ସାହୁଙ୍କୁ ନିଲମ୍ବନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡି-କଟକ ସରକାରୀ ବସକୁ ନେଇ ବଢୁଛି କ୍ରେଜ: ଓକିଲ ସଙ୍ଘ ସେଲ୍ଫି ନେବା ଭିଡିଓ ଭାଇରାଲ

ଦାରିଙ୍ଗବାଡି, ୨୪ ।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳର ଦୀର୍ଘ ଦିନର ଅଭାବକୁ ପୁରଣ କରିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ଅଞ୍ଚଳବାସୀଙ୍କ...

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ନୂଆପଡ଼ା,୨୫ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଆଗ୍ରେନ ପଞ୍ଚାୟତ ସନବାହାଲି ଗାଁ ନିକଟ ବିଜୁ ଏକ୍ସପ୍ରେସ ୱେରେ ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ...

ଗଞ୍ଜେଇ ଚାଲାଣ ବେଳେ ପୋଲିସକୁ ଗୁଳି, ୮ ଗିରଫ

ଜୟପୁର,୨୬।୩(ପବନ ପାଣିଗ୍ରାହୀ): ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ କଞ୍ଜେଇ ମାଳିଗୁଡା ରାସ୍ତାରେ ମଙ୍ଗଳବାର ଚଢ଼ାଉକରି ୮ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ...

ବିଷ ପିଇ ଆତ୍ମହତ୍ୟାକଲେ ପ୍ରେମୀଯୁଗଳ

ରାୟଗଡ଼ା,୨୬।୩(ଆଶିଷ ରଞ୍ଜନ ପଣ୍ଡା): ପରକୀୟା ପ୍ରୀତି ଧରାପଡ଼ିବା ପରେ ଲୋକଲଜ୍ଜା ଭୟରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମକରି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ପ୍ରେମୀଯୁଗଳ।...

ମନମୁଖୀ କାର୍ଯ୍ୟକଳାପ: ପଦ ହରାଇବେ ସରପଞ୍ଚ

ଥୁଆମୂଳ ରାମପୁର,୨୬।୪(ଦୁର୍ଗା କୀର୍ତ୍ତି):-କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପାଡେ ପଦର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ସରପଞ୍ଚଙ୍କ...

ବେଆଇନ ବାଲି ଚାଲାଣବେଳେ ପୋଲିସ ଉପରେ ଆକ୍ରମଣ: ଜଣେ ଗୁରୁତର

ଆନନ୍ଦପୁର/ଛେନାପଦି,୨୬।୪(ସୁଶାନ୍ତ କୁମାର ସାହୁ/ନିରାକାର ପରିଡା): ନନ୍ଦିପଦା ଥାନା ଅଧିନ ଜମ୍ଭରା ବାଲିପଦା ନିକଟରେ ପ୍ରବାହିତ ବୈତରଣୀ ନଦୀରୁ ଦୀର୍ଘଦିନ ଧରି ବେଆଇନ ବାଲିଉଠାଣ ହୋଇଆସୁଥିଲା ବେଳେ...

୪୮ କେଜି ଗଞ୍ଜେଇ, ୨ ବାଇକ ଜବତ: ଦୁଇ ଭାଇ ଗିରଫ

ଦେବଗଡ ,୨୬।୩(ଶଶାଙ୍କ ଶେଖର ଝାଙ୍କର):କୁଣ୍ଢେଇଗୋଳା ଥାନା ଚଡେଇମରା ପଞ୍ଚାୟତ ତୁଙ୍ଗାମାଳ ରାସ୍ତା ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ନୂଆପାଟଣା ପୋଲ ନିକଟରେ ପୋଲିସ ଚଢାଉ କରି...

ଏବେ ବି ବଞ୍ଚିଛି ଜାତିପ୍ରଥା: ଭୋଜି, ୩ ହଜାର ଟଙ୍କା ଦେଇ ଜାତିରେ ମିଶିଲେ ମହିଳା

ନବରଙ୍ଗପୁର,୨୬।୩(ସଦାଶିବ ପ୍ରହରାଜ):ନବରଙ୍ଗପୁରରେ ଏବେ ବି ବଞ୍ଚତ୍ରହିଛି ଜାତିପ୍ରଥା। ଅନ୍ୟତ୍ର ବିବାହ କରିବା ପରେ ଜାତିରୁ ବାହାର କରିଦିଆଯାଉଛି। ନିକଟରେ ନବରଙ୍ଗପୁର ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image