Advertisement

ଟ୍ରକ ଡ୍ରାଇଭରଙ୍କୁ ଲହୁଲୁହାଣ କରି ପୋଲିସ କର୍ମଚାରୀ ନିଲମ୍ବିତ

ରାଜନଗର,୩ା୫(ଡି.ଏନ୍‌.ଏ.) : ଭଦ୍ରକର ଏକ ରାଇସ୍‌ମିଲକୁ ଧାନ ବୋଝେଇ କରି ଯାଉଥିବା ଟ୍ରକ ଡ୍ରାଇଭର ସାଣ୍ଟୁ ଜେନାଙ୍କୁ ପୋଲିସ ଅମାନୁଷିକ ଭାବରେ ମାଡ଼ ମାରି ଲହୁଲୁହାଣ କରି ଶେଷରେ ଚାକିରିରୁ ନିଲମ୍ବିତ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଟ୍ରକ୍‌ ଡ୍ରାଇଭର ସାଣ୍ଟୁ ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳରୁ ଧାନ ସଂଗ୍ରହ କରି ଭଦ୍ରକ ଅଭିମୁଖେ ଯିବା ସମୟରେ ତାଳଚୁଆ ସାମୁଦ୍ରିକ ଥାନା କନଷ୍ଟେବଳ ଅରୁଣ ସାହୁ ତାଙ୍କୁ ରାଜନଗର-ତାଳଚୁଆ ରାସ୍ତାର ଖୋଳା ସେତୁ ନିକଟରେ ଅଟକାଇ ଏହି ଧାନ କେଉଁଠିକୁ ନେଉଛ ବୋଲି କହିବା ସହିତ ମାଡ଼ ମାରିଥିଲେ। ଏଥିରେ ସାଣ୍ଟୁ ଗୁରୁତର ହୋଇ ଏବେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ପୋଲିସର ଅନ୍ୟାୟ ମାଡ଼ ପ୍ରତିବାଦରେ ତାଳଚୁଆ ଜୟଦୁର୍ଗା ଟ୍ରକ ସଂଘ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲା। ଘଟଣାର ତଦନ୍ତ କରି ଏସ୍‌ପି ନିତିଶେଖର କନଷ୍ଟେବଳ ଅରୁଣ ସାହୁଙ୍କୁ ନିଲମ୍ବନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share