ଟ୍ରକ ଧକ୍କାରେ ଜଣଙ୍କ ଜୀବନ ଗଲା

କେନ୍ଦୁଝର,୨୮ା୫(ସ୍ବ.ପ୍ର.)-ରାସ୍ତାପାର ହେଉଥିବାବେଳେ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁବାର ସକାଳ ସମୟରେ ଏକ ପିକଅପ୍‌ରେ ବ୍ୟକ୍ତି ଜଣଙ୍କ ଯାଉଥିଲେ। ବନାଯୋଡ଼ି ଯୋଗୀମଠ ଛକ ନିକଟରେ ଛିଡ଼ାକରି ରାସ୍ତାକଡ଼ ଦୋକାନରେ ଚା’ ପିଇବା ପରେ ରାସ୍ତା ରାସ୍ତା ପାର ହେଉଥିବାବେଳେ କେନ୍ଦୁଝର ପଟୁ ବଡ଼ବିଲ ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଏକ ୧୦ ଚକିଆ ଟ୍ରକ ଧକ୍କା ଦେଇଥିଲା। ଖବରପାଇ ଘଟଣା ସ୍ଥଳରେ ସଦର ଥାନା ଅଧିକାରୀ ଜୟନାରାୟଣ ଖଣ୍ତାଇ ମୃତଦେହ ଜବତ କରି ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟଚିକିତ୍ସାଳୟକୁ ପଠାଇଥିଲେ। ଡ୍ରାଇଭର ଜଣଙ୍କ ଭୟରେ ସେଠାରୁ ଦୌଡ଼ି ପଳାଇଥିବାବେଳେ ପୋଲିସ ଗାଡ଼ିକୁ ଜବତ କରିବା ସହ ହେଲପରକୁ ଥାନାରେ ଅଟକ ରଖିଛି। ରିପୋର୍ଟ ଲେଖା ହେବା ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ।

Share