Categories: ଗଞ୍ଜାମ

ଟ୍ରକ ମଡ଼ାଇ ୨ ଜଣଙ୍କୁ ହତ୍ୟା ଘଟଣା: ୩ ଅଭିଯୁକ୍ତ କୋର୍ଟଚାଲାଣ, ଟ୍ରକ ଜବତ

ଜଗନ୍ନାଥପ୍ରସାଦ,୨୦ା୭(ଡି.ଏନ.ଏ.)-ଜଗନ୍ନାଥପ୍ରସାଦ ଥାନା ଚଢିଆପଲ୍ଲୀ ଗ୍ରାମ ମୁଖ୍ୟ ରାସ୍ତାରେ ଗତ ଗୁରୁବାର ରାତିରେ ଦୁର୍ଘଟଣାରେ ରାମଚନ୍ଦ୍ର ଗୌଡ଼ ଓ କୃଷ୍ଣ ନାଇକଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାର ଶୁକ୍ରବାର ସ୍ଥାନୀୟ ପୋଲିସ ୩ ଜଣ ଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ସେମାନେ ହେଲେ ଚଢିଆପଲ୍ଲୀ ଗ୍ରାମର ଟୁକୁ ପାଢ଼ୀ, ଜଗା ପାଣିଗ୍ରାହୀ ଓ ଧନୁ ଦାସ। ଏ ନେଇ ନଂ. ୧୧୧/୧୯ରେ ମାମଲା ରୁଜୁ ହୋଇଥିଲା। ତଦନ୍ତକାରୀ ଅଫିସର ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଜଗନ୍ନାଥପ୍ରସାଦ ଥାନାଧିକାରୀ ଯୁବରାଜ ସ୍ବାଇଁ ଘଟଣାର ତଦନ୍ତ ଚଳାଇଥିଲେ।
ଯେ, ଚଢ଼ିଆପଲ୍ଲୀର ରାମ ଗୌଡ଼ ଓ ଟୁକୁ ଦୁଇବନ୍ଧୁ। ଟୁକୁ ଦୁଇଟି ମିନି ଟ୍ରକର ମାଲିକ ଥିଲେ। ବ୍ୟବସାୟ ମାନ୍ଦା ଯୋଗୁ ରାମ ତାଙ୍କ ପୁତୁରା କାହ୍ନୁଙ୍କ ସହ ଯୋଗାଯୋଗ କରାଇଥିଲେ। ପରେ କାହ୍ନୁ ଟୁକୁଙ୍କୁ ୯ ଲକ୍ଷ ଟଙ୍କା ଦେଇ ପ୍ରତ୍ୟେକ ମାସରେ କିସ୍ତି ଶୁଝିବା ନେଇ ଉଭୟଙ୍କ ମଧ୍ୟରେ କଥା ହୋଇଥିଲା। ଶୁଝିଲା ପରେ ଗାଡି ମାଲିକାନା କାଗଜ ପତ୍ରକୁ କାହ୍ନୁ ନଁାରେ ହସ୍ତାନ୍ତର ହେବା ନେଇ କଥା ହୋଇଥିଲା। କିସ୍ତି ଶେଷ ହେବା ସମୟ ପାଖେଇ ଆସିବା ବେଳେ ଗାଡି ମାଲିକ ନଁା ପରିବର୍ତ୍ତନ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏ ନେଇ କାହ୍ନୁ ରାମଙ୍କୁ ସହାୟତା ମାଗିଥିଲେ। ପରେ ରାମ ଓ ଟୁକୁ ମଧ୍ୟରେ ଝଗଡା ହୋଇ କଥା ଥାନାରେ ପହଞ୍ଚତ୍ଥିଲା। ଅଭିଯୋଗ ପ୍ରକାରେ ଥାନାଧିକାରୀ ଏକ କେସ୍‌ ରୁଜୁ କରି କୋର୍ଟକୁ ପଠାଇଥିଲେ। କିଛି ମାସ ପରେ କୋର୍ଟ କାହ୍ନୁଙ୍କ ପକ୍ଷରେ ଶୁଣାଣି କରିଥିଲା। ଏଥିରେ ଟୁକୁ ରାଗିଯାଇ ରାମଙ୍କୁ ମାରିବାକୁ ଯୋଜନା କରୁଥିଲେ। ଗୁରୁବାର ସନ୍ଧ୍ୟାରେ ଟୁକୁ ଏବଂ ତାଙ୍କ ଦୁଇ ସହଯୋଗୀ ରାମ ଘର ସାମ୍ନାରେ ବୋମା ରଖି ଗାଳି ଗୁଲଜ କରିଥିଲେ। ଏ ନେଇ ରାମ ଥାନାକୁ ଏତଲା ଦେବାକୁ ଯିବାବେଳେ ଟୁକୁ ନିଜ ଟ୍ରକରେ ପଛପଟୁ ଧକ୍କା ଦେଇ ଭୁବନେଶ୍ୱର ଚାଲିଯାଇଥିଲେ। ଶୁକ୍ରବାର କରସିଂ ଗଁାରୁ ଜଗା, ଧନୁ ଏବଂ ରଙ୍ଗଣୀପାଟଣାରୁ ଟୁକୁଙ୍କୁ ଗିରଫ କରାଯାଇଥିଲା।