Categories: ଯାଜପୁର

ଟ୍ରକ ସହ ବାଇକ ଧକ୍କା, ଆରୋହୀ ଗୁରୁତର

ଯାଜପୁର ରୋଡ/କୋରେଇ,୧୦ା୯(ନି.ପ୍ର/ଡି.ଏନ୍‌.ଏ.)- ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଶର୍ମା ପେଟ୍ରୋଲ ପମ୍ପ ଡାଇଭରଶନ ନିକଟରେ ଏକ ବାଇକକୁ ଟ୍ରକ୍‌ ଧକ୍କା ଦେଇଛି। ଏଥିରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଆରୋହୀ ଜଣଙ୍କ ବଡ଼ବିରୁହଁା ଗ୍ରାମର ଜୁଳିଆ ମହି। ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ରେଡକ୍ରସ ଆଜୀବନ ସଦସ୍ୟ ତାରିଣୀ କୁମାର ପଟ୍ଟନାୟକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ ଡାକ୍ତରଖାନାକୁ ପଠାଇଥିଲେ। ପୋଲିସ ଟ୍ରକ୍‌ ଓ ବାଇକୁ ଜବତ କରିଛି। ପ୍ରକାଶ ଯେ, ଜୁଳିଆ ବାଇକରେ ଆସୁଥିବାବେଳେ ଶର୍ମା ଡାଇଭରଶନ ନିକଟରେ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା।