ଓସାକା,୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜାପାନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ୍ ଅବସରରେ ଦୁଇ ଦେଶ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଜି-୨୦ ସମ୍ମିଳନୀରେ ଭାଗନେବା ପାଇଁ ଜାପାନ ଗସ୍ତରେ ଥିବା ମୋଦି ପ୍ରଥମେ ଭାରତ, ଜାପାନ ଏବଂ ଆମେରିକା ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା କରିଥିଲେ। ଏଥିରେ ଟମ୍ପ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଭାଗ ନେଇଥିଲେ। ଗତ ନିର୍ବାଚନରେ ଐତିହାସିକ ବିଜୟ ଲାଭ କରିଥିବା ମୋଦି ଏବଂ ଆବେଙ୍କୁ ଶୁଭେଚ୍ଛା ଜଣାଇଥିଲେ ଟମ୍ପ୍। ଏହାପରେ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଭାରତ ଏବଂ ଆମେରିକା ଭଲ ବନ୍ଧୁ ବୋଲି କହିଥିଲେ ଟ୍ରମ୍ପ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି।