Categories: ଜାତୀୟ

ଟ୍ରମ୍ପଙ୍କୁ ଭେଟିଲେ ଶାହ

ଅହମଦାବାଦ,୨୪।୨: ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମରେ ସୋମବାର ଆମେରିକାର ପ୍ରଥମ ନାଗରିକ ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ବାଗତ କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ମଧ୍ୟ ଗୁଜରାଟ ଅହମଦାବାଦର ମୋଟେରା ଷ୍ଟାଡିୟମ ପହଞ୍ଚିଛନ୍ତି। ଟ୍ରମ୍ପ ସେଠାରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ମୋଦି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟ୍ରମ୍ପଙ୍କ ସହ ପରିଚିତ କରାଇଥିଲେ। ଏହାପରେ ସମସ୍ତେ ମିଶି ଗ୍ରୁପ ଫଟୋ ଉଠାଇଥିବା ଦେଖାଯାଇଥିଲା। ଏହାପରେ ‘ନମସ୍ତେ ଟ୍ରମ୍ପ’ ଆୟୋଜିତ ହୋଇଥିବା ସ୍ଥାନକୁ ଟ୍ରମ୍ପ ଚାଲିଯାଇଥିଲେ।

Share