Categories: ଜାତୀୟ

ଟ୍ରମ୍ପଙ୍କୁ ୬ଶହ ଗ୍ରାମ ଓଜନର ଚାନ୍ଦିରେ ତିଆରି ଚାବି ଉପହାର ଦେବେ ଆଗ୍ରା ମେୟର

ମଥୁରା,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଆଗ୍ରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଆଗ୍ରାର ମେୟର ନବୀନ ଜୈନ ତାଙ୍କୁ ଆଗ୍ରା ସହରର ଏକ ଚାବି ଉପହାର ଦେବେ ବୋଲି ଜଣାପଡିଛି। ଏହା ଚାନ୍ଦିରେ ତିଆରି କରାଯାଇଥିବା ବେଳେ ଏହାର ଓଜନ ରଖାଯାଇଛି ୬୦୦ଗ୍ରାମ। ତେବେ ଚାବି ଉପହାର ଦେବା ପଛରେ କାରଣ ହେଉଛି ଯେ କୌଣସି ଅତିଥି ସହରକୁ ଅନଲକ୍‌ କରିବାକୁ ଏହି ଚାବି ଉପହାର ଦିଆଯାଇଥାଏ। ଏହାପରେ ତାଲା ଖୋଲି ଅତିଥି ସହର ମଧ୍ୟରେ ପ୍ରବେଶ କଲେ ତାଙ୍କୁ ସ୍ବାଗତ କରାଯାଇଥାଏ। କୌଣସି ଦେଶର ରାଷ୍ଟ୍ରପତି ଭାରତର ଯେ କୌଣସି ସହରକୁ ଗସ୍ତ କରିବା ବେଳେ ସହରର ପ୍ରଥମ ନାଗରିକ ଅର୍ଥାତ୍‌ ମେୟର ତାଙ୍କୁ ଚାବି ଉପହାର ଦେବାର ପରମ୍ପରା ରହିଛି ବୋଲି କୁହାଯାଏ। ସୂଚନାଯୋଗ୍ୟ, ଆଗ୍ରାରେ ଟ୍ରମ୍ପଙ୍କ ସ୍ବାଗତ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।

Share