ଓ୍ବାଶିଂଟନ,୨୨।୬: ନ୍ୟୁୟର୍କର ଜଣେ ଲେଖିକା ତଥା କଲମନିଷ୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପlରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି। ଏହା ବିଗତ ୨ ଦଶକ ତଳର ବୋଲି ସେ କହିଛନ୍ତି। ହେଲେ ଏଭଳି ଅଭିଯୋଗକୁ ମିଥ୍ୟା କହି ଖଣ୍ଡନ କରିଛନ୍ତି ଟ୍ରମ୍ପ। ଇ ଜିନ କ୍ୟାରୋଲ ନାମକ ଉକ୍ତ ଲେଖିକା ତାଙ୍କର ଏକ ପୁସ୍ତକରେ ଏହା ଉଲ୍ଲେଖ କରିଛନ୍ତି। ଯାହା ନ୍ୟୁୟର୍କ ମାଗାଜିନର ଓ୍ବେସାଇଟରେ ପ୍ରକାଶ ପାଇଛି। ତେବେ ୧୯୯୦ରେ ଏକ ଡ୍ରେସିଂ ରୁମରେ ତାଙ୍କ ସହ ଟ୍ରମ୍ପ ଏଭଳି ବ୍ୟବହାର କରିଥିଲେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏକା ଟ୍ରମ୍ପ ନୁହେଁ ଏଥିରେ ଆଉ କେତେଜଣ ମଧ୍ୟ ସାମିଲ ଅଛନ୍ତି।