ଟ୍ରମ୍ପଙ୍କ ଗସ୍ତକୁ ନେଇ ରାମ ଗୋପାଳ ବର୍ମାଙ୍କ ଟୁଇଟ୍‌ ହେଉଛି ଭାଇରାଲ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀଙ୍କ ସହ ଆସନ୍ତା ୨୪-୨୫ ତାରିଖରେ ଭାରତ ଆସୁଛନ୍ତି। ତାଙ୍କ ଗସ୍ତକୁ ନେଇ ଭିନ୍ନ ଭିନ୍ନ ଖବର ଶୁଣିବାକୁ ମିଳିଛି। ତେବେ ବଲିଉଡ୍‌ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏମିତି ଏକ ଟୁଇଟ୍‌ କରିଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଟ୍ରମ୍ପ ନିକଟରେ ଦାବି କରିଥିଲେ କି ଗୁଜରାଟର ଅହମଦାବାଦରେ ତାଙ୍କୁ ୧ କୋଟି ଲୋକ ସ୍ବାଗତ କରିବେ। କିନ୍ତୁ ଏହା ପୂର୍ବରୁ ଶୁଣିବାକୁ ମିଳିଥିଲା ଅହମଦାବାଦରେ ଟ୍ରମ୍ପଙ୍କୁ ପାଖାପାଖି ୭ ଲକ୍ଷ ଲୋକ ସ୍ବାଗତ କରିବେ। ଏହାପରେ ଟ୍ରମ୍ପଙ୍କ ଦାବିକୁ ନେଇ ରାମ ଗୋପାଳ ବର୍ମା କହିଛନ୍ତି, ଏହା ସେତେବେଳେ ସତ ପ୍ରମାଣିତ ହେବ ଯେତେବେଳେ ଅନ୍ୟ ପାର୍ଶ୍ୱରେ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ, ସଲମାନ ଖାଁ, ଆମିର ଖାଁ, ଶାହାରୁଖ, ରଜନୀକାନ୍ତ, କ୍ୟାଟ୍ରିନା କେଫ, ଦୀପିକା ପାଦୁକୋନ ଓ ସନ୍ନି ଲିଓନଙ୍କୁ ଠିଆ କରାଇ ଦିଆଯିବ। ଏହି ଟୁଇଟ୍‌ରେ ରାମ ଗୋପାଳ ବର୍ମା ପର୍ନଷ୍ଟାରରୁ ବିଲଉଡ୍‌ ଅଭିନେତ୍ରୀ ପାଲଟିଥିବା ସନ୍ନି ଲିଓନଙ୍କ ନାଁକୁ କ୍ୟାପିଟାଲ ଅକ୍ଷରରେ ଲେଖିଥିବାରୁ ଏବେ ଏହା ଚର୍ଚ୍ଚାକୁ ଆସିଛି।

Share