ଟ୍ରମ୍ପଙ୍କ ପ୍ରସ୍ତାବକୁ ନେଇ ଚାଇନା କହିଲା ତୃତୀୟ ପକ୍ଷର ଆବଶ୍ୟକତା ନାହିଁ, ଆଲୋଚନା ମାଧ୍ୟମରେ ହେବ ସମାଧାନ

ବେଜିଂ,୨୯।୫: ଭାରତ ଓ ଚାଇନା ସୀମା ବିବାଦ ଉପରେ ମଧ୍ୟସ୍ଥତା କରିବାକୁ ଆମେରିକା ଆଗ୍ରହ ପ୍ରକାଶ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପ କହିଛନ୍ତି, ଯଦି ଦୁଇ ଦେଶ ଚାହିଁବେ, ତା’ହେଲେ ମୁଁ ନିଶ୍ଚିତ ସହଯୋଗ କରିବି। ଶୁକ୍ରବାର ଚାଇନା ଐହାକୁ ପ୍ରତ୍ୟାଖ୍ୟାନ କରିଛି। ଉଭୟ ଦେଶର ମଧ୍ୟରେ ସୀମା ବିବାଦ ଦ୍ୱିପାକ୍ଷିକ ଭାବେ ସମାଧାନ ହେବ ତୃତୀୟ ପକ୍ଷର ଆଶ୍ୟକତା ନାହିଁ। ଉଭୟ ଦେଶ ଆଲୋଚନା ମାଧ୍ୟରେ ଏହାକୁ ସମାଧାନ କରିବେ ବୋଲି ବୋଲି ଚାଇନା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି। ପୂର୍ବରୁ ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ମଧ୍ୟ ପ୍ରତ୍ୟାଖ୍ୟାନ ସୂଚନାଯୋଗ୍ୟ, ମେ’ ୫ ରୁ ଲଦାଖ ଓ ଉତ୍ତର ସିକ୍କିମ ସୀମାରେ ଭାରତ ଏବଂ ଚାଇନା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି।

Share