Categories: ଜାତୀୟ

ଟ୍ରମ୍ପଙ୍କ ଭାରତ ଗସ୍ତ: ୩ ଘଣ୍ଟା ପାଇଁ ଖର୍ଚ୍ଚ ହେବ ଶହେ କୋଟି ଟଙ୍କା!

ନୂଆଦିଲ୍ଲୀ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଫେବୃୟାରୀ ୨୪-୨୫ରେ ଭାରତ ଗସ୍ତରେ ଆସୁଛନ୍ତି। ଏହି ସମୟରେ ଟ୍ରମ୍ପ ଦମ୍ପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୋମ୍‌ ଟାଉନ୍‌ ଗୁଜରାଟର ଅହମ୍ମଦାବାଦ ସହର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆଉ ଏଥିପାଇଁ ଅହମ୍ମଦାବାଦ ସହର ନୂଆ ବୋହୂ ପରି ସଜେଇ ହେଉଥିବା ଦେଖାଯାଇଛି। ତେବେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଟ୍ରମ୍ପଙ୍କ ଗସ୍ତକୁ ନେଇ ଏଠାକାର ସଡ଼କକୁ ସଜାଇବା ଓ ଟ୍ରମ୍ପ ଗସ୍ତ କରୁଥିବା ରାସ୍ତାରେ ବିଭିନ୍ନ ପ୍ରକାର ସାଜସଜ୍ଜା ପାଇଁ ପାଖାପାଖି ଶହେ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଇଛି। ଏମିତିକି ଟ୍ରମ୍ପ ଯେଉଁବାଟ ଦେଇ ଗସ୍ତ କରିବେ ସେଠାରେ ଥିବା ବସ୍ତି ଯେମିତି ଟ୍ରମ୍ପଙ୍କ ନଜରକୁ ନ ଆସେ ସେଥିପାଇଁ ଏକ ପାଚିରି ମଧ୍ୟ ନିର୍ମାଣ କରାଯାଇଛି। ଏହି ଖର୍ଚ୍ଚର କିଛି ଅଂଶ କେନ୍ଦ୍ର ସରକାର ବହନ କରୁଥିବା ବେଳେ ବାକି ସମସ୍ତ ରାଜ୍ୟ ସରକାର ବହନ କରିବେ ବୋଲି ଜଣାପଡିଛି। ତେବେ ଗୁଜୁରାଟରେ ସହରି ବିକାଶ ପାଇଁ ଉଦ୍ଦିଷ୍ଟ ଥିବା ୫ ଶହ କୋଟିରୁ ଏହା ଖର୍ଚ୍ଚ କରାଯାଉଥିବା ବେଳେ ପରେ ଏହାକୁ ହିସାବ କରାଯିବ ବୋଲି ଜଣାପଡିଛି। ତେବେ ଖର୍ଚ୍ଚକୁ ଦୃଷ୍ଟିରେ ନ ରଖି ବରଂ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ସମସ୍ତ ସାଜସଜ୍ଜା କାମ ସାରିବାକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଥିବା କୁହାଯାଏ।

Share