ଟ୍ରମ୍ପଙ୍କ ଭାଷଣରେ ବଲିଉଡ୍‌: ମନେ ପକାଇଲେ ସୋଲେ, ଡିଡିଏଲ୍‌ଜେ

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ସୋମବାର ଗୁଜରାଟର ଅହମଦାବାଦରେ ପହଞ୍ଚିଛନ୍ତି। ସେଠାରେ ଥିବା ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’କାର୍ଯ୍ୟକ୍ରମରେ ସେ ଯୋଗଦେଇଛନ୍ତି। ଏହି ସମୟରେ ସେ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେବା ବେଳେ ବଲିଉଡ୍‌ର ଖୁବ୍‌ ପ୍ରଶଂସା କରିଛନ୍ତି। ଅମିତାଭ ବଚ୍ଚନଙ୍କ ଅଭିନୀତ ‘ସୋଲେ’ ଓ ଶାହାରୁଖ-କାଜଲଙ୍କ ଅଭିନୀତ ଫିଲ୍ମ ‘ଦିଲଓ୍ବାଲେ ଦୁଲହନିୟା ଲେ ଯାଏଙ୍ଗେ’ର କଥା କହିଛନ୍ତି। ସେ କହିଛନ୍ତି ଭାରତୀୟ ସିନେମାର ଆକାର ବହୁତ ବଡ। ଏଠାରେ ପ୍ରତିବର୍ଷ ପାଖାପାଖି ୨ ହଜାର ଫିଲ୍ମ ନିର୍ମାଣ କରାଯାଇଥାଏ। ଏଠାକାର ଫିଲ୍ମରେ ଭାଙ୍ଗଡା ଡ୍ୟାନ୍ସ ଓ ମ୍ୟୁଜିକ ଖୁବ୍‌ ସୁନ୍ଦର ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଭାରତ ସଚ୍ଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ବିଶ୍ୱକୁ ଭେଟି ଦେଇଛନ୍ତି।

Share