ଟ୍ରମ୍ପଙ୍କ ମୁଣ୍ଡକାଟ୍‌ ପାଇଁ ୮୦ ମିଲିୟନ ଡଲାର ପୁରସ୍କାର ଘୋଷଣା କଲା ଇରାନ

ତେହେରାନ,୬।୧: ଆମେରିକା ଆକ୍ରମଣରେ ଇରାନ୍‌ର ସେନା କମାଣ୍ଡର ଜେନେରାଲ କାସିମ ସୋଲେମାନୀ ନିହତ ହେବା ପରେ ଦୁଇଦେଶ ମଧ୍ୟରେ ଚରମ ଉତ୍ତେଜନା ଦେଖାଦେଇଛି। ରବିବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ ଇରାନକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିବେ ବୋଲି ଧମକ ଦେଇଛନ୍ତି। କିଛି ସମୟ ପରେ ଇରାନ ଟ୍ରମ୍ପଙ୍କର ମୁଣ୍ଡକାଟ ପାଇଁ ୮୦ ମିଲିୟନ୍‌ ଡଲାର(ପ୍ରାୟ ୫.୭୬ ଅରବ ଟଙ୍କା) ପୁରସ୍କାର ରାଶି ଘୋଷଣା କରିଛି। ସୂଚନା ମୁତାବକ ସୋଲେମାନୀଙ୍କ ଅନ୍ତିମ ସଂସ୍କାର ସମୟରେ ଏକ ସଂସ୍ଥା ଇରାନର ସମସ୍ତ ନାଗରିକଙ୍କୁ ୧ ଡଲାର ଦାନ କରିବାକୁ ନିବେଦନ କରିଥିଲେ। ଟ୍ରମ୍ପଙ୍କ ମୁଣ୍ଡ ବଦଳରେ ୮୦ ମିଲିୟନ୍‌ ଡଲାର ଏକତ୍ରିତ କରିବାକୁ ଉକ୍ତ ସଂସ୍ଥା ସମସ୍ତ ନାଗରିକଙ୍କୁ ନିବେଦନ କରିଛନ୍ତି। ତେବେ ଏହି ପୁରସ୍କାର ରାଶି ଘୋଷଣା ପରେ ଟ୍ରମ୍ପ ଟୁଇଟରରେ ପ୍ରତିକ୍ର୍ରିୟା ରଖିଛନ୍ତି। ସେ କହିଛନ୍ତି, ଯଦି ଇରାନ କୌଣସି ୟୁଏସ୍‌ ପ୍ରତିଷ୍ଠାନ ଓ ଆମେରିକାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରେ ତେବେ ତାକୁ ତୁରନ୍ତ ଏବଂ ଭୟଙ୍କର ଜବାବ ଦିଆଯିବ।

Share