Categories: ଜାତୀୟ

ଟ୍ରମ୍ପଙ୍କ ରୋଡ ଶୋ’ରେ ୭୦ ନୁହେଁ ଭାଗନେବେ ୧ ଲକ୍ଷ ଲୋକ

ଅହମଦାବାଦ,୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଭାରତ ଗସ୍ତକୁ ନେଇ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଗୁଜରାଟର ଅହମଦାବାଦ ସହର ନଗର ନିଗମ ପକ୍ଷରୁ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା ଚାଲିଛି। ପୂର୍ବରୁ ଶୁଣିବାକୁ ମିଳିଥିଲା କି ୨୪ ଫେବୃୟାରୀରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି ୨୨କିଲୋମିଟର ରୋଡ ଶୋ’ କରିବା ସମୟରେ ପାଖାପାଖି ୭୦ ଲକ୍ଷ ଲୋକ ଏହି ରୋଡ ଶୋ’ରେ ଯୋଗଦେବେ। ହେଲେ ଏବେ ଅହମଦାବାଦର ମ୍ୟୁନିସିପାଲ କମିଶନର ବିଜୟ ମେହେରା କହିଛନ୍ତି ୭୦ ଲକ୍ଷ ନୁହେଁ ଟ୍ରମ୍ପଙ୍କ ରୋଡ ଶୋ’ରେ ୧ରୁ ୨ ଲକ୍ଷ ଲୋକ ଯୋଗଦେବେ।

Share