Categories: ଜାତୀୟ

ଟ୍ରମ୍ପଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। ଏହି କଥାବର୍ତ୍ତା ସମୟରେ ଉଭୟ ନେତା କହିଛନ୍ତି ଦୁଇ ଦେଶର ସମ୍ପର୍କ ମଜଭୂତ ରହିଛି ଓ ଏହାକୁ ନେଇ ଦୁଇ ଦେଶ ଆଗକୁ ବଢୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି କି ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପ ଓ ତାଙ୍କ ପରିବାରଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଟ୍ରମ୍ପ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ଭାରତୀୟଙ୍କୁ ନୂଆବର୍ଷରେ ସମୃଦ୍ଧି ଓ ପ୍ରଗତିର ଶୁଭକାମନା ଜଣାଇଛନ୍ତି। ପୂର୍ବଭଳି ଦୁଇ ଦେଶ ମଧ୍ୟରେ ଆଗାମୀ ଦିନରେ ମଧ୍ୟ ସହଯୋଗ ବୃଦ୍ଧି ହେବ ବୋଲି ଉଭୟ ନେତା କଥା ହୋଇଥିବା ସୂଚନା ମିଳିଛି। ଆମେରିକା ଓ ଇରାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ସମୟରେ ମୋଦିଙ୍କର ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଏହି ଆଲୋଚନା ବେଶ୍‌ ଗୁରୁତ୍ୱ ରଖେ ବୋଲି କୁହାଯାଉଛି।

Share