ଟ୍ରମ୍ପଙ୍କ ସହ ଡିନର୍‌ କଲେ ଏହି ସେଲିବ୍ରିଟି, ଭାଇରାଲ ହେଉଛି ଫଟୋ

ବମ୍ବେ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଡିନର୍‌(ରାତ୍ରଭୋଜନ)ର ଆୟୋଜନ କରାଯାଇଥିଲା। ଏଥିରେ ସାମିଲ ହୋଇଥିଲେ କିଛି ସେଲିବ୍ରିଟି। ସେମାନଙ୍କ ମଧ୍ୟରେ ରହିଥିଲେ ଖ୍ୟାତନାମା ଗାୟକ ଏଆର୍‌ ରେହମାନ ଏବଂ ଶେଫ୍‌ ବିକାଶ ଖନ୍ନା। ଉଭୟ ଏହି ଭବ୍ୟ ଆୟୋଜନରେ ଭାଗ ନେବା ବେଳର କିଛି ଫଟୋ ପ୍ରଶଂସକମାନଙ୍କ ସହ ଶେୟାର କରିଛନ୍ତି। ଫଟୋଗୁଡ଼ିକ ଏବେ  ଭାଇରାଲ ହେଉଛି। ଅନେକେ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି।

ରେହମାନ ଖଇରିଆ ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ବିକାଶ ପିନ୍ଧିଥିଲେ ସୁଟବୁଟ୍‌। ପାର୍ଟିରେ ଉଭୟଙ୍କ ଲୁକ୍‌ ସହ ଡିନର ଟେବୁଲ ଏବଂ ଅତିଥି ତାଲିକା ଚର୍ଚ୍ଚାରେ ରହିଥିଲା। ଦୁଇଦିନିଆ ଗସ୍ତରେ ଆସିଥିବା ଟ୍ରମ୍ପଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ସ୍ବାଗତ କରିଥିଲେ। ପରେ ରାତିରେ ତାଙ୍କ ପାଇଁ ରାତ୍ରଭୋଜନର ଆୟୋଜନ କରାଯାଇଥିଲା।

Share