ଟ୍ରମ୍ପଙ୍କ ସହ ଭାରତ ଆସିବେ ଝିଅ ଇଭାଙ୍କା

ଓ୍ବାଶିଂଟନ୍‌,୨୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ତାଙ୍କ ସହ ସ୍ତ୍ରୀ ମେଲାନିଆ ମଧ୍ୟ ଭାରତ ଆସୁଛନ୍ତି। କେବଳ ଏତିକି ନୁହେଁ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଏବଂ ଜ୍ୱାଇଁ ଜେରେଡ ମଧ୍ୟ ପ୍ରତିନିଧିମଣ୍ଡଳ ସହ ଭାରତ ଆସିବେ ବୋଲି ଜଣାପଡିଛି। ଫେବୃୟାରୀ ୨୪ରେ ଟ୍ରମ୍ପ ଭାରତ ଗସ୍ତରେ ଆସିବେ। ତାଙ୍କ ସହ ଏକ ବଡ ପ୍ରତିନିଧିମଣ୍ଡଳ ଭାରତ ଗସ୍ତରେ ଆସି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଭାରତ ଗସ୍ତର ପ୍ରଥମ ଦିନରେ ଟ୍ରମ୍ପ ଗୁଜରାଟର ଅହମଦାବାଦ ଯିବେ। ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ।

Share