Categories: ଜାତୀୟ

ଟ୍ରମ୍ପଙ୍କ ସ୍ବାଗତ ପାଇଁ ୧୦୭ କେଜିର ୩ ଇଡ୍‌ଲି ତିଆରି କଲେ ଚେନ୍ନାଇ ଶେଫ୍‌

ଚେନ୍ନାଇ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କୁ ସ୍ବାଗତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଚେନ୍ନାଇର ଇନିଆଭାନ ନାମକ ଜଣେ ଫୁଡ୍‌ ଆର୍ଟିଷ୍ଟ ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ୩ଟି ଇଡ୍‌ଲି(ରାଇସ୍‌ କେକ୍‌) ପ୍ରସ୍ତୁତ କରିଛନ୍ତି। ଏହାର ଓଜନ ପାଖାପାଖି ୧୦୭ କିଲୋଗ୍ରାମ ବୋଲି ଜଣାପଡିଛି। ଏଥିମଧ୍ୟରୁ ଗୋଟିଏ ଇଡଲିରେ ଟ୍ରମ୍ପଙ୍କ ମୁହଁ, ଆଉ ଗୋଟିଏରେ ମୋଦିଙ୍କ ମୁହଁ ଓ ଅନ୍ୟଟିରେ ଭାରତ-ଆମେରିକାର ପତାକା ଡିଜାଇନ୍‌ କରାଯାଇଛି। ୬ ଜଣ ସହଯୋଗୀଙ୍କୁ ନେଇ ୩୬ ଘଣ୍ଟାରେ ଇନିଆଭାନ ଉକ୍ତ ଇଡ୍‌ଲି ପ୍ରସ୍ତୁତ କରିଥିବା କହିଛନ୍ତି। ସୂଚନାଯୋଗ୍ୟ, ଦୁଇ ଦିନିଆ ଭାରତଗସ୍ତ କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପ, ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଝିଅ ଜ୍ୱାଇଁଙ୍କ ସହ ସୋମବାର ପ୍ରାୟ ଦିନ ୧୨ଟାରେ ଗୁଜରାଟ ଅହମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଇଣ୍ଟରନ୍ୟାଶନାଲ ଏୟାର ପୋର୍ଟରେ ପହଞ୍ଚିଛନ୍ତି।

Share