Categories: ଜାତୀୟ

ଟ୍ରମ୍ପ୍‌ଙ୍କ କଥା ଯଦି ସତ ହୁଏ ତେବେ ମୋଦି ଦେଶକୁ ଦେଇଛନ୍ତି ଧୋକା: ରାହୁଲ

ନୂଆଦିଲ୍ଲୀ,୨୩।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ନେଇ ଏବେ ଭାରତରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ଏନେଇ ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି ଯେ, ଯଦି ଟ୍ରମ୍ପ୍‌ଙ୍କ କଥା ସତ ହୁଏ ତେବେ ଏପରିକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଧୋକା ଦେଇଛନ୍ତି। ଏହା ସହିତ ମୋଦି ୧୯୭୨ ଶିମଲା ରାଜିନାମାର ଉଲ୍ଲଂଘନ ମଧ୍ୟ କରିଛନ୍ତି। ମୋଦି ନିଜେ ଏହାର ଉତ୍ତର ଦେବା କଥା। କେବଳ ବୈଦେଶିକ ମନ୍ତ୍ରଣାଳୟ କିମ୍ବା ମନ୍ତ୍ରୀଙ୍କ ମତାମତ ଏଭଳି ଘଟଣାରେ ଗ୍ରହଣଯୋଗ୍ୟ ନୁହେଁ ବୋଲି ରାହୁଲ କହିଛନ୍ତି।

Share