ଟ୍ରମ୍ପ୍‌ଙ୍କ ଗଲ୍ଫ ସଉକ: ୩ ବର୍ଷରେ ଖର୍ଚ୍ଚ ହୋଇଛି ୭ଶହ ୯୦ କୋଟି

ଓ୍ବାଶିଂଟନ,୨୫।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଗଲ୍ଫ ସଉକ ଯୋଗୁ ଗତ ୩ ବର୍ଷରେ ସରକାରଙ୍କୁ ୭ଶହ ୯୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଏଥିପାଇଁ ୮୪ଟି କାର୍ଟର ଭଡ଼ା ବାବଦରେ ୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଟ୍ରମ୍ପ୍‌ ନିଜର ୧୭ଟି ଗଲ୍ଫ କୋର୍ସକୁ ଇତିମଧ୍ୟରେ ୨୨୪ ଥର ବୁଲି ଯାଇଛନ୍ତି। ଓବାମା ନିଜର ୮ ବର୍ଷର କାର୍ଯ୍ୟକାଳ ମଧ୍ୟରେ ୧୬୬୫ ଘଣ୍ଟାର ଗଲ୍ଫ ଖେଳିଥିବାବେଳେ ଟ୍ରମ୍ପ୍‌ ୩ ବର୍ଷ ମଧ୍ୟରେ ୨୨ଶହ ଘଣ୍ଟା ଖେଳିଛନ୍ତି। ଅପରପକ୍ଷରେ ଜର୍ଜ ଡବ୍ଲ୍ୟୁ ବୁଶ୍‌ ନିଜର ୮ ବର୍ଷର କାର୍ଯ୍ୟକାଳ ମଧ୍ୟରେ କେବଳ ୨୪ ରାଉଣ୍ଡ୍‌ ଗଲ୍ଫ ଖେଳିଥିଲେ ବୋଲି ସରକାରୀ ଖରିଦ୍‌ ବିଭାଗ(ଫେଡେରାଲ ପ୍ରକ୍ୟୁରମେଣ୍ଟ୍‌) ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।

Share