Categories: ଜାତୀୟ

ଟ୍ରମ୍ପ୍‌ଙ୍କ ଗସ୍ତ ପାଇଁ ସରକାର କେତେ କରୁଛନ୍ତି ଖର୍ଚ୍ଚ: ପ୍ରିୟଙ୍କା

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଗସ୍ତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କେତେ ଖର୍ଚ୍ଚ କରୁଛନ୍ତି ସେ ନେଇ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଶ୍ନ କରିଛନ୍ତି। ଟ୍ରମ୍ପ୍‌ଙ୍କ ଗସ୍ତ ପାଇଁ ସମସ୍ତ ଖର୍ଚ୍ଚ ଡୋନାଲ୍ଡ ଟ୍ରମ୍ପ୍‌ ନାଗରିକ ଅଭିନନ୍ଦନ ସମିତି ପକ୍ଷରୁ ବହନ କରାଯାଉଥିବା ମୋଦି ସରକାର କହୁଛନ୍ତି। ଏଥିପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ତେବେ ଏଥିରେ ସରକାରଙ୍କ ଭାଗିଦାରୀ କେତେ ତାହା ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି।

Share