ଟ୍ରମ୍ପ୍‌ଙ୍କ ଟୁଇଟ୍‌କୁ ଉଡ଼ାଇଦେଲା ଟୁଇଟର

ଓ୍ବାଶିଂଟନ,୩୦ା୫(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସଦ୍ୟ ଟୁଇଟ୍‌କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଉଡ଼ାଇଦେବା ସହ ଏହା ହିଂସା ବଢ଼ାଇବା ବିରୋଧୀ ନିୟମର ଉଲ୍ଲଂଘନ କରୁଥିବା ନେଇ ସତର୍କ କରାଇଦେଇଛି। ତୃତୀୟ ପକ୍ଷ ୟୁଜର ପୋଷ୍ଟ କରୁଥିବା ବିଷୟର ଆଇନଗତ ଛାଡ଼ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ପଦାରେ ପକାଇବା ଲକ୍ଷ୍ୟରେ ଆମେରିକା ରାଷ୍ଟ୍ରପତି ଏକ କାର୍ଯ୍ୟକାରୀ ଆଦେଶରେ ସ୍ବାକ୍ଷର କରିବାର କିଛି ସମୟ ପରେ ଟୁଇଟର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ହ୍ୟାଣ୍ଡକଫ୍‌ରେ ଥିବା ଜଣେ ଆଫ୍ରିକୀୟ-ଆମେରିକୀୟ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁକୁ ନେଇ ମିନେଆପୋଲିରେ ଅଶାନ୍ତି ଲାଗି ରହିଥିବାବେଳେ ଏହାକୁ ଲକ୍ଷ୍ୟ କରି ‘ଲୁଟ୍‌ ଆରମ୍ଭ ହେଲେ, ସୁଟ୍‌ ଆରମ୍ଭ ହୋଇଥାଏ’ ବୋଲି ଟ୍ରମ୍ପ୍‌ ଟୁଇଟ୍‌ କରିଥିଲେ। ପୂର୍ବରୁ ଟୁଇଟର ଟ୍ରମ୍ପ୍‌ଙ୍କ ଦୁଇଟି ଟୁଇଟ୍‌କୁ ଫ୍ୟାକ୍ଟ-ଚେକିଂ ଲିଙ୍କ୍‌ରେ ସାମିଲ କରିଥିଲା।

Share