Categories: ଜାତୀୟ

ଟ୍ରମ୍ପ୍‌ଙ୍କ ଦୁଇଦିନିିଆ ଭାରତ ଗସ୍ତ ଶେଷ

ନୂଆଦିଲ୍ଲୀ, ୨୬ା୨(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇଦିନିଆ ଭାରତ ଗସ୍ତ ଶେଷ ହୋଇଛି। ଦ୍ୱିତୀୟ ଦିନରେ ସେ ଭାରତ ସହ ବାଣିଜି୍ୟକ ଆଲୋଚନା, ପ୍ରତିରକ୍ଷା ଚୁକ୍ତି କରିବା ସହ ତିନିଥର ମିଡିଆକୁ ସମ୍ବୋଧନ କରିଥିଲେ। ପ୍ରତିରକ୍ଷା ସହଯୋଗ କ୍ରମେ ଭାରତକୁ ଶକ୍ତିଶାଳି ଆପାଚେ ଓ ଏମ୍‌ଏଚ୍‌-୬୦ ରୋମିଓ ହେଲିକପ୍ଟର ସହ ଆଡ୍‌ଭାନ୍ସଡ୍‌ ଯୁଦ୍ଧାସ୍ତ୍ର ଦେବାକୁ ଟ୍ରମ୍ପ ଚୁକ୍ତି କରିଥିଲେ। ମିଳିତ ପ୍ରତିରକ୍ଷା ସହଯୋଗ ଲାଗି ସମ୍ମତି ପ୍ରକାଶ କରିଥିଲେ। ଏଥିସହ ଶକ୍ତି, ତୈଳ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଭାରତ- ଆମେରିକା ମଧ୍ୟରେ ୩ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଭାରତର ଭଲପାଇବା ଓ ଅତିଥି ସତ୍କାରକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଟ୍ରମ୍ପଙ୍କ ସମ୍ମାନାର୍ଥେ ହୋଇଥିବା ନୈଶ୍ୟଭୋଜିରେ କ୍ୟାବିନେଟ ସହଯୋଗୀ, ଫିଲ୍ମ, aମିଡିଆ ଓ କ୍ରିଡ଼ା ସହ ଯୋଡ଼ି ହୋଇଥିବା ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଟ୍ରମ୍ପ, ପତ୍ନୀ ମେଲାନିଆ ଭାରତ ଗସ୍ତ ଶେଷକରି ରାତି ୧୦.୩୦ରେ ବିଦାୟ ନେଇଥିଲେ।

Share