ଟ୍ରମ୍ପ୍‌ଙ୍କ ଧମକ: ଗୁଗୁଲ, ଫେସବୁକ୍‌ ଓ ଟୁଇଟର ଉପରେ ଚାଲିବ ମକଦମା

ଓ୍ବାଶିଂଟନ,୨୭।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋସିଆଲ୍‌ ମିଡ଼ିଆକୁ ଧମକ୍‌ ଦେଇଛନ୍ତି। ଗୁଗୁଲ, ଫେସବୁକ୍‌ ଓ ଟୁଇଟର୍‌ ଉପରେ ମକଦମା ଚଳାଇବାକୁ ସେ ଚେତାବନୀ ଦେଇଛନ୍ତି। ଫୋକସ୍‌ ବିଜନେସ୍‌ ନେଟ୍‌ଓ୍ବାର୍କକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଟ୍ରମ୍ପ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏସବୁ ସୋସିଆଲ୍‌ ମିଡ଼ିଆ ରିପବ୍ଲିକାନ୍‌ ପାର୍ଟି ବିରୋଧରେ ନାନା ପ୍ରକାର ତଥ୍ୟ ଉପସ୍ଥାପନ କରୁଥିବା ସେ ଅଭିଯୋଗ କରିଛନ୍ତି। ଏହି ସୋସିଆଲ୍‌ ମିଡ଼ିଆଗୁଡ଼ିକ ଡେମୋକ୍ରାଟିକ୍‌ ପାର୍ଟି ସପକ୍ଷରେ ଥିବା ଭଳିମନେ ହେଉଥିବା ସେ କହିଛନ୍ତି। ତାଙ୍କ ଟୁଇଟର ଆକାଉଣ୍ଟରେ ସାଧାରଣ ଲୋକଙ୍କ ସହିତ ସଂଯୋଗ ସ୍ଥାପନ କରିବା କଷ୍ଟକର ହେଉଥିବା ଟ୍ରମ୍ପ୍‌ ପ୍ରକାଶ କରିଛନ୍ତି।

Share