ଟ୍ରମ୍ପ୍‌ଙ୍କ ପକ୍ଷଚ୍ଛେଦନ ପାଇଁ ଆମେରିକା କଂଗ୍ରେସର ଉଦ୍ୟମ

ଓ୍ବାଶିଂଟନ,୧୦।୧: ଆମେରିକା ଓ ଇରାନ ପ୍ରତ୍ୟକ୍ଷ ଯୁଦ୍ଧରୁ ଛଘୁଞ୍ଚା ଦେଇଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ୍‌ ନିଜ ଦେଶରେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଯୁଦ୍ଧ କ୍ଷମତାକୁ ନେଇ ବିତର୍କ ଜୋର ଧରିଛି। ଆମେରିକା ଯୁଦ୍ଧକ୍ଷମତା ଆଇନ ଅନୁଯାୟୀ ଯୁଦ୍ଧ ଘୋଷଣାକୁ କଂଗ୍ରେସ ବୈଧାନିକ ସ୍ବୀକୃତି ଦେଲେ ରାଷ୍ଟ୍ରପତି ବିଦେଶକୁ ସେନା ପଠାଇପାରିବେ। ଟ୍ରମ୍ପ୍‌ ତରବରିଆ ଭାବେ ନିଷ୍ପତ୍ତି ନେବା ସହ କଂଗ୍ରେସ ସହ ଯୋଗାଯୋଗ ନ କରି ନିଜ ଇଚ୍ଛାରେ ଅନ୍ୟ ଦେଶକୁ ସୈନ୍ୟ ପଠାଉଥିବାରୁ ଡେମୋକ୍ରାଟ ନିୟନ୍ତ୍ରଣାଧୀନ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ ତାଙ୍କ କ୍ଷମତା ଧାର୍ଯ୍ୟ କରିବାକୁ ଯୋଜନା କରୁଛି।

Share