ଟ୍ରମ୍ପ୍‌ଙ୍କ ବିରୋଧରେ ଅଭିଯୋଗକୁ ମଞ୍ଜୁରୀ

ଓ୍ବାଶିଂଟନ,୧୪ା୧୨(ଏଏଫ୍‌ପି): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ଆଣିବା ସପକ୍ଷରେ ଗୃହ ନ୍ୟାୟିକ କମିଟି ଭୋଟ ଦେଇଛି। ଫଳରେ ଆସନ୍ତା ସପ୍ତାହ ଶେଷରେ ମହାଭିଯୋଗର ଦୁଇଟି ଅନୁଚ୍ଛେଦ ଉପରେ ପ୍ରତିନିଧି ସଭାରେ ଭୋଟ ହୋଇପାରେ। ପରେ ସିନେଟରେ ଏହା ଉପରେ ବିଚାର କରାଯିବ। ଏହା ଗୃହୀତ ହେଲେ ମହାଭିଯୋଗରେ ବହିଷ୍କୃତ ହେବାରେ ଟ୍ରମ୍ପ୍‌ ହେବେ ଆମେରିକାର ତୃତୀୟ ରାଷ୍ଟ୍ରପତି।

Share