ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ

ଓ୍ବାଶିଂଟନ,୨୫।୯: ବିଦେଶରୁ ସହାୟତା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ନିର୍ବାଚନ ଜିତିଥିବା ଅଭିଯୋଗ ହୋଇଛି। ଏନେଇ କଂଗ୍ରେସ ପକ୍ଷରୁ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରାଯାଇଛି। ତେବେ ଟ୍ରମ୍ପ୍‌ ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଟ୍ରମ୍ପ୍‌ ନିଜର ରାଜନୈତିକ କ୍ଷେତ୍ରର ବିରୋଧୀଙ୍କୁ ପରାସ୍ତ କରିବା ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ବ୍ଲାଡ଼ିମୀର୍‌ ଜେଲେଂସ୍କିଙ୍କ ସହାୟତା ନେଇଥିଲେ। ଟ୍ରମ୍ପ୍‌ଙ୍କ ଡେମୋକ୍ରାଟିକ୍‌ ପ୍ରତିଦ୍ୱନ୍ଦ୍ୱୀ ଜୋ, ଓ୍ବାଇଡନ୍‌ ଏବଂ ତାଙ୍କ ପୁଅଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଉପରେ ଚାପ ପକାଇଥିଲେ। ଏନେଇ ଡେମୋକ୍ରାଟିକ୍‌ ନେତା ନାନ୍ସି ପେଲୋସି କହିଛନ୍ତି ଯେ, ଟ୍ରମ୍ପ ଦେଶର ସାମ୍ବିଧାନିକ ଧାରାର ଉଲ୍ଲଂଘନ କରିଛନ୍ତି। ସୂଚନାଯୋଗ୍ୟ, ଆମେରିକାରେ ବର୍ତ୍ତମାନ ସୁଦ୍ଧା କୌଣସି ରାଷ୍ଟ୍ରପତିଙ୍କୁ ମହାଭିଯୋଗ ଦ୍ୱାରା କ୍ଷମତାଚ୍ୟୁତ କରାଯାଇ ନାହିଁ।

Share