Categories: ଜାତୀୟ

ଟ୍ରମ୍ପ୍‌ଙ୍କ ବ୍ୟୟ ବହୁଳ ଭାରତ ଗସ୍ତ: ସ୍ବାଗତ କରିବେ ଲକ୍ଷେ ଲୋକ; ୭ କିମି ରୋଡ ଶୋରେ ଖର୍ଚ୍ଚ ହେବ କୋଟି କୋଟି ଟଙ୍କା

ଅହମଦାବାଦ୍‌,୧୮।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଏହି ବ୍ୟୟ ବହୁଳ ଗସ୍ତରେ ଆସି ସେ ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ଅହମଦାବାଦ ବିମାନ ବନ୍ଦରରୁ ୭କିମିର ଏକ ରୋଡ୍‌ ଶୋରେ ଟ୍ରମ୍ପ୍‌ ସାବରମତି ଆଶ୍ରମ ଆସିବେ। ଏହି ଅବସରରେ ଏକ ଲକ୍ଷ ଲୋକ ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିବେ। ଏହି ରୋଡ ଶୋରେ ସୁରକ୍ଷା କାର୍ଯ୍ୟ ସହିତ ଅନ୍ୟ ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ। ବିମାନ ବନ୍ଦରଠାରୁ ସାବରମତି ଆଶ୍ରମ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଥିବା କାନ୍ଥରେ ଟ୍ରମ୍ପ୍‌ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋର ପେଣ୍ଟିଂ କରାଯାଇଛି। ଏହା ସହିତ ଇଣ୍ଡିଆ, ୟୁଏସ୍‌ଏ ମଧ୍ୟ ଲେଖାଯାଇଛି। ଟ୍ରମ୍ପ୍‌ ଦିଲ୍ଲୀ, ଆଗ୍ରା ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଟମ୍ପ୍‌ଙ୍କ ସହିତ ୭ଟି ବିମାନ ଭାରତ ଆସିବ। ସେଥିମଧ୍ୟରେ ଏୟାର ଫୋର୍ସ ଓ୍ବାନ ବିମାନ ରହିଛି। ଏହା ସହିତ କିଛି ହେଲିକପ୍ଟର ମଧ୍ୟ ରହିଛି। ଟ୍ରମ୍ପ୍‌ଙ୍କ ସୁରକ୍ଷାରେ ୧୦ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ। ସେମାନଙ୍କ ମଧ୍ୟରେ ୬୫ ଆସିଷ୍ଟାଣ୍ଟ୍‌ କମିଶନର, ୨୦୦ ଇନସ୍ପେକ୍ଟର ଏବଂ ୮୦୦ ସବ୍‌ ଇନସ୍ପେକ୍ଟର ରହିଛନ୍ତି।

Share