Categories: ଜାତୀୟ

ଟ୍ରମ୍ପ୍‌ଙ୍କ ସୁରକ୍ଷା ବ୍ୟବସ୍ଥା: ଏକ ବର୍ଷର ଶିଶୁପୁତ୍ରକୁ କୋଳରେ ଧରି ଡ୍ୟୁଟି କରୁଛନ୍ତି ମହିଳା କନେଷ୍ଟବଳ

ଅହମଦାବାଦ୍‌,୨୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତକୁ ନେଇ ୨୫ ହଜାର ପୋଲିସଙ୍କୁ ମୁତୟନ କରାଯାଇଛି। ସେମାନେ ଦିନରାତି ସୁରକ୍ଷା ବ୍ୟବସ୍ଥାରେ ରହିଛନ୍ତି। ସ୍ଥାନୀୟ ଗୋରଓ୍ବା ଥାନାରେ ମହିଳା କନେଷ୍ଟବଳ ସଙ୍ଗୀତା ପରମାରଙ୍କୁ ମଧ୍ୟ ଏଭଳି ଡ୍ୟୁଟି ଦିଆଯାଇଛି। ତେବେ ସଙ୍ଗୀତା ଏକ ମାସର ଶିଶୁପୁତ୍ରକୁ କୋଳରେ ଧରି ଡ୍ୟୁଟି କରୁଛନ୍ତି। ଶିଶୁପୁତ୍ରର ଦେହ ଖରାପ ଥିବାରୁ ଘରେ ତାକୁ ଅନ୍ୟ କାହା ପାଖରେ ନ ଛାଡି ସଙ୍ଗୀତା ନିଜ ସହିତ ଥାନାକୁ ନେଇ ଆସିଛନ୍ତି। ଏବେ ସଙ୍ଗୀତା ପୁଅକୁ କୋଳରେ ଧରି ଡ୍ୟୁଟି କରୁଥିବାରୁ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share