Categories: ଜାତୀୟ

ଟ୍ରମ୍ପ୍‌ କ’ଣ ଭଗବାନ; ୭୦ ଲକ୍ଷ ଲୋକ କରିବେ ସ୍ବାଗତ: ଅଧିର ରଞ୍ଜନ

ନୂଆଦିଲ୍ଲୀ,୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଇତିମଧ୍ୟରେ ଟ୍ରମ୍ପ୍‌ଙ୍କର ଏକ ଭିଡ଼ିଓ ଜାରି ହୋଇଛି। ଏଥିରେ ଟ୍ରମ୍ପ୍‌ କହିଛନ୍ତି ଯେ, ଅହମଦାବାଦ୍‌ ବିମାନ ବନ୍ଦରଠାରୁ ମୋଟେରା ଷ୍ଟାଡ଼ିୟମ୍‌ ମଧ୍ୟରେ ତାଙ୍କୁ ୭୦ ଲକ୍ଷରୁ ଅଧିକ ଲୋକ ସ୍ବାଗତ କରିବେ। ଟ୍ରମ୍ପ୍‌ଙ୍କ ଏଭଳି ମନ୍ତବ୍ୟ ନେଇ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଟ୍ରମ୍ପ୍‌ କ’ଣ ଭଗବାନ ଯେ, ତାଙ୍କୁ ଏତେ ସଂଖ୍ୟକ ଲୋକ ସ୍ବାଗତ କରିବେ। ସେ ନିଜର ଉପକାର ପାଇଁ ଭାରତ ଗସ୍ତରେ ଆସୁଛନ୍ତି। ଏଥିରେ ସାଧାରଣ ଲୋକଙ୍କର କୌଣସି ଲାଭ ହିଁ ହେବ ନାହିଁ ବୋଲି ସେ କହିଛନ୍ତି।

Share