ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ମେଲାନିଆ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟରେ ବୃକ୍ଷଚାରା ରୋପଣ କରିଛନ୍ତି। ଏହାର ଯତ୍ନନେବାର ଦାୟିତ୍ୱ ରାଜଘାଟ ସମାଧି କମିଟି ଉପରେ ନ୍ୟସ୍ତ କରାଯାଇଛି। କମିଟିରେ ଜଣେ ସଚିବଙ୍କ ସମେତ ପ୍ରାୟ ୨୦ ଜଣ କର୍ମଚାରୀ ରହିଛନ୍ତି। ରାଜଘାଟର ରକ୍ଷାଣବେକ୍ଷଣ କାର୍ଯ୍ୟ କମିଟି ଉପରେ ହିଁ ନ୍ୟସ୍ତ ଥାଏ। ଏଠାରେ ପୃଥିବୀର ଭିନ୍ନ ଭିନ୍ନ ଖ୍ୟାତି ସମ୍ପନ୍ନ ବ୍ୟକ୍ତିଙ୍କ ଦ୍ୱାରା ରୋପଣ କରାଯାଇଥିବା ବୃକ୍ଷର ଯତ୍ନର ଦାୟିତ୍ୱ କମିଟି ନେଇଥାଏ।